ଘାଟି ତଳକୁ ଖସିଲା ବସ୍, ୧୧ ଯାତ୍ରୀ ମୃତ

0

ଶୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ଏକ ସଡକ ଦୁର୍ଘଟଣାରେ ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳେ ପୁଞ୍ଚ ଜିଲାର ମଣ୍ଡି ତହସିଲରେ ଏକ ବସ ଘାଟି ତଳକୁ ଓଲଟି ପଡିଛି । ଏଥିରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ମଣ୍ଡି ସବ୍‌ ଡିଷ୍ଟ୍ରିକ୍ଟ ହସ୍ପିଟାଲ ଏବଂ ପୁଞ୍ଚ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଆହତଙ୍କୁ ଚିକତ୍ସା ପାଇଁ ବିମାନ ଯୋଗେ ଜମ୍ମୁ ନିଆଯାଇଛି । ବସଟି ଲୋରାନ୍‌ରୁ ପୁଞ୍ଚ ଯାଉଥିବା ସୂଚନା ମିଳିଛି ।

Leave A Reply