ଟ୍ରକ ଓଲଟି ୧୩ ଆହତ

0

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଠାରେ ଏକ ମିନି ଟ୍ରକ ଓଲଟି ପଡିବାରୁ ୧୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ କୋଇଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ଜଣ ଯାତ୍ରୀ ଏକ ମିନି ଟ୍ରକରେ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିଲେ। ରାସ୍ତାରେ ଟ୍ରକଟିର ଚକ ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଥିଲା। ଖବର ପାଇ ପୁଲିସ ଓ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

Leave A Reply