ବସ୍‍ ଓଲଟି ୩ ମୃତ

0

ନବରଙ୍ଗପୁର : ଝରୀଗାଁ ବ୍ଲକ ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚନ୍ଦାହାଣ୍ଡି ଘାଟିରୁ ବସ୍‍ଟି ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେ ଜଣ ଆହତ ହୋଇଛନ୍ତି ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ଶ୍ରୀଅରବିନ୍ଦ ସ୍କୁଲର ଏକ ବସ୍‍ ଉମରକୋଟରୁ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ପାଠଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚନ୍ଦାହାଣ୍ଡି ଯାଉଥିଲା। ଦିନ ପ୍ରାୟ ୧୧ ଟା ସମୟରେ ଝରିଗାଁ – ଚନ୍ଦାହାଣ୍ଡି ଘାଟିରେ କୌଣସି କାରଣରୁ ବସ୍‍ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‍ଟି ତଳକୁ ଖସି ପଡ଼ିଥିଲା। ଖବର ପାଇ ଝରିଗାଁ ଦମକଳ ଏବଂ ୧୦୮ ଆମ୍ବୁଲାନ୍ସ ସେବା ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।  ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

Leave A Reply