କାର ଧକ୍କାରେ ବାଇକ ଚାଳକ ମୃତ

0

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଉଦଳା-ବାରିପଦା ରଜ୍ୟ ରାଜପଥର ଚାଉଳିଆଶୋଳ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଚୁନଡ଼ିହା ଗ୍ରାମର ସୁଦର୍ଶନ ବେହେରାଙ୍କ ପୁଅ ମୁନା(୪୦)। ସେ ନିଜର ପ୍ଲାଟିନା ବାଇକ ଯୋଗେ ବାରିପଦା ଯାଉଥିବା ବେଳେ ଚାଉଳିଆଶୋଳ ନିକଟରେ ଏକ ସାଇକେଲ ସମ୍ମୁଖକୁ ପଳାଇ ଆସିଥିଲା। ସାଇକେଲ ଚାଳକଙ୍କୁ ବଞ୍ଚାଇବା ଉଦେଶ୍ୟରେ ମୁନା ରାସ୍ତାର ଡ଼ାହାଣ ପଟକୁ ଯିବାରୁ ପଛପଟୁ ଆସୁଥିବା ଏକ କାର (ନଂ ଓଡ଼ି୧୧ସି ୨୪୨୪)ତାଙ୍କୁ ଧକ୍କା ଦେଇ ପଳାଇଥିଲା। ମୁନାଙ୍କୁ ଗୁରତର ଆହାତ ଅବସ୍ଥାରେ ବାରିପଦା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବଡ଼ସାହି ପୁଲିସ୍‍ ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

Leave A Reply