ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ଜଣେ ମୃତ, ଜଣେ ଆହତ

0

ଘସିପୁରା: ଅଟୋ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ଅନ୍ତର୍ଗତ ସୁଜଜାପାଳ ଗ୍ରାମର ଶ୍ୟାମସୁନ୍ଦର ହୋ ଅଟୋ ନେଇ ଠାକୁରମୁଣ୍ଡା ଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଫେରୁଥିବା ବେଳେ ମହୁଲଡିହା ଥାନା ଚିଆଁବେଡା ଛକ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି।

Leave A Reply