ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

0

ସୋରଡା: ଗଞ୍ଜାମ ଜିଲା ସୋରଡା ବ୍ଲକ ଅନ୍ତର୍ଗତ ବଡ଼ଗଡ ଥାନା ସୁରେଖାଦେଇପୂର ନିକଟରେ ଦୁଇ ବାଇକ ମୁଁହାମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ମୃତକ ଯୁବକ ଜଣକ ହେଲେ ସିଦ୍ଧପୂର ପଞ୍ଚାୟତ ସନ୍ଧିକେନ୍ଦୁ ଗ୍ରାମର ନଂଡା ସ୍ଵାଇଁ (୨୫) ଏବଂ ଦୁଇ ଗୁରୁତର ହେଲେ ମେରିକୋଟ ଗ୍ରାମର କୁଶ ଶବର ଓ ନକୁଳ ସ୍ଵାଇଁ । ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ବଡ଼ଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଉଭୟଙ୍କୁ ବ୍ରହ୍ମପୂର ବଡ଼ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ବଡ଼ଗଡ ଥାନା ଅଧିକାରୀ ଜୀବନନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ କୁ ଜବତ କରିବା ସହ ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଆସିକା ପଠା ଯାଇଛି ।

Leave A Reply