ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

0

ନୟାଗଡ: ଏକ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ନୟାଗଡ ଜିଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁରରେ ଘଟିଛି। ମୃତ ବୃଦ୍ଧଙ୍କ ନାମ ଯୋଗୀ ପଲାଇ।  ତାଙ୍କ ଘର ନେତାର ପଞ୍ଚାୟତ କେସ୍ତରପଡାରେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବୃଦ୍ଧ ଜଣକ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ମଙ୍ଗଳବାର ସକାଳେ ସେ ଘରକୁ ଆସୁଥିବା​‌ ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି।

Leave A Reply