ଆଳୁ ବୋଝେଇ ଟ୍ରକ ଧକ୍କା ; ୪ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଳୁ ବୋଝେଇ ଟ୍ରକ୍‍  ପିକ୍‍ଅପ୍‍ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା। ସୂଚନା ଅନୁଯାୟୀ, ପିକ୍‍ଅପ୍‍ ଭ୍ୟାନଟି ଲକ୍ଷ୍ମଣନାଥ ଜାତୀୟ ରାଜପଥର କଡ଼ରେ ରହିଥିଲା। ଟ୍ରକଟି ପିକଅପ ଭ୍ୟାନକୁ ଧକ୍କା ଦେବା ଫଳରେ ୨ଟି ଗାଡ଼ି ରାସ୍ତା ତଳକୁ ଖସି ପଡ଼ିଥିଲା। ଆଳୁ ବୋଝେଇ ଟ୍ରକ ଓ ପିକ୍‍ଅପ୍‍ ଭ୍ୟାନରେ ଥିବା ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ବାଲେଶ୍ୱର  ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply