ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

0

ସୋର: ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ଘଟଣା ବାଲେଶ୍ବର ଜିଲା ୧୬ ନଂ ଜାତୀୟ ରାଜପଥ ଛଅ ପୋଲିଆ ଠାରେ ଭୋର ସମୟ ରେ ଘଟିଛି। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଡ୍ରାଇଭର ହେଲେ ଜଳେଶ୍ବରର ରତିକାନ୍ତ ଦାସ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତର ବ୍ୟକ୍ତି ଜଣକ ହେଲେ ରାଜସ୍ଥାନ ଜୟପୁର ଅନୁରୀର ସେକ ସଜାତ। ଆହତ ଓ ମୃତକଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply