ଡମ୍ପର ଧକ୍କାରେ ଶ୍ରମିକ ମୃତ

0

ନୀଳଗିରି: ଡମ୍ପର ଧକ୍କାରେ ଇଟା ଭାଟି ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଉଛନ୍ତି ଗୋପାଳପୁର ଗ୍ରାମର ବାବୁଲା ପାତ୍ର। ସେ ଇଟାଭାଟିକୁ ଯାଉଥିବା ବେଳେ ଅଯୋଧ୍ୟା ନିକଟ ବାଲିପାଳ ଠାରେ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରେ ତାଙ୍କର ଶବ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ହୋଇ ବୁଝାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Leave A Reply