ସଡ଼କ ଦୁର୍ଘଟଣାରେ ଯୁବକ ମୃତ

0

ରେଢାଖୋଲ : ସୋମବାର ଦିନ ୧୨ଟା ସମୟରେ ରେଢାଖୋଲ ନାକ୍ଟିଦେଉଳ ରାସ୍ତା ଡେଇଁଚା ବାପୁଜୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚାରମାଳ ଥାନା ଗୋପାଳପୁର ଗ୍ରାମର କିଶୋର ଭୋଇ (୩୨)। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସରେ ତାଙ୍କୁ ରେଢାଖୋଲ ମେଡ଼ିକାଲକୁ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Leave A Reply