ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

0

ଆରଡି : ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ବୋଡକ ନିକଟ ବୈତରଣୀ ସେତୁ ଉପରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶୁକ୍ରବାର ସଂନ୍ଧ୍ୟାରେ ବୈତରଣୀ ସେତୁ ଉପରେ ଗୋଟିଏ ବାଇକ ଓ କାର ମଧ୍ୟରେ ଧକ୍କା ହୋଇଥିଲା। ମୃତକ ଜଣଙ୍କ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଗାଁର ଅଭୟ ନାୟକଙ୍କ ପୁଅ ବାବୁ ନାୟକ(୨୮)।  ଏପରି ଖବର ପାଇ ନିକଟସ୍ଥ ଗ୍ରାମବାସୀ ଓ ମୃତକଙ୍କ ସର୍ମ୍ପକୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ଖସି ପଳାଇଥିଲା। ତାହାସହ ଉକ୍ତ ଅଞ୍ଚଳ ଯାଜପୁର ଜିଲା ଅଧିନସ୍ଥ ହୋଇଥିବାରୁ ମଙ୍ଗଳପୁର ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଛ୍ୟେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

Leave A Reply