ଟ୍ରେନ ଡ଼ବାରେ ଚାପି ହୋଇ ଭୂଷଣ କର୍ମଚାରୀ ମୃତ

0

ଢେଙ୍କାନାଳ : ଭୂଷଣ କାରଖାନାରେ କାର୍ଯ୍ୟରତ ପକଲିଙ୍ଗ ଅପରେଟର ସୋମନାଥ ଟୁଲିଆଙ୍କର ଦୁଇଟି ଟ୍ରେନ ଡ଼ବା ମଧ୍ୟରେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ ଲକି ମିନେରାଲ ନାମକ ଠିକା ସସ୍ଥାର କର୍ମଚାରୀ ବୋଲି ଜଣାପଡିଛି । ଏହି ଅଘଟଣ ଘଟିବା ପରେ ତାଙ୍କୁ ଢେଙ୍କାନାଳ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କମ୍ପାନୀ ପକ୍ଷରୁ ‘ସୁରକ୍ଷା’ ଯୋଜନା ଅନୁସାରେ ମୃତ ସୋମନାଥଙ୍କ ପରିବାରକୁ ସମସ୍ତ ସହାୟତା ମିଳିବା ସହ ନଗଦ ୩ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳିବ ବୋଲି ସୂଚନା ମିଳିଛି।

Leave A Reply