ପୋଲ ତଳକୁ ଖସିଲା କାର, ୨ ମୃତ

0

ଜଟଣୀ : ଖୋର୍ଦ୍ଧା ଜିଲାର ଜଟଣୀ–ତଳଖେତା ରାସ୍ତାରେ ଥିବା ପୋଲ ଉପରୁ ଏକ କାର ଖସି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଶନିବାର ରାତିରେ ଏହି କାର୍‍ଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପୋଲରେ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବାର ସୂଚନା ମିଳିଛି ।

କାରଟି ତଳକୁ ଖସି ପଡ଼ିବା ଦେଖି ସ୍ଥାନୀୟଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦୁର୍ଘଟଣାର କିଛି ସମୟ ପରେ ଡ଼୍ରାଇଭରଟି ପାଣିରୁ ବାହାରି ଆଉ ୨ଜଣ ପାଣିରେ ଥିବା କଥା ଜଣାଇଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲା। କାର୍‍ଟି ପାଣିରେ ପୂରା ବୁଡ଼ି ଯାଇଥିଲା। ଅଗ୍ନଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି କରି ଏହାକୁ ଠାବ କରିବା ପରେ କ୍ରେନ୍ ଦ୍ୱାରା ବାହାର କରାଯାଇଥିଲା। ଜଟଣୀ ପୁଲିସ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟଚିକତ୍ସାଳୟରେ ପଠାଇଥିବାର ସୂଚନା ମିଳିଛି।

Leave A Reply