ବୋଲେରୋ ଧକ୍କାରେ ଦୁଇ ବାଇକ୍‍ ଆରୋହୀ ମୃତ

0

କଲମପୁର : କଳାହାଣ୍ଡି ଜିଲା ମୋଟେର ମୁଖିଗୁଡ଼ା ରାସ୍ତାର ଦୁଲକିବନ୍ଧ ନିକଟରେ ଶନିବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଏକ ବୋଲେରୋ ଧକ୍କାରେ ୨ ବାଇକ୍‍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ କଲମପୁର ବ୍ଲକ୍‍ ବିଜାମାରା ଗ୍ରାମର ପଦ୍ମନାଭ ରଣା (୨୨), ଏବଂ ବାଦାକୁତରୁ ଗ୍ରାମର ସୌରଭ ପଣ୍ଡା (୨୨) ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ୨ ଜଣ ଯାକଁ ଏକ ବାଇକ୍‍ରେ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସେମାନକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।

Leave A Reply