କ୍ରେନ୍ ଧକ୍କାରେ ଜଣେ ଶ୍ରମିକ ମୃତ ଓ ଜଣେ ଆହତ

0

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କାମାକ୍ଷାନଗର ଛକ ନିକଟରେ କ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି । ସିଆର୍‌ଏମ୍‌ଏସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ର କାମ ଚାଳୁଥିବା ବେଳେ ଶନିବାର ସକାଳ ପ୍ରାୟ ୧୦ଟାରେ ୨ ଜଣ ଶ୍ରମିକ ଚାଲି ଚାଲି ଜଳଖିଆ ଖାଇବାକୁ ଛକକୁ ଯାଉଥିଲ । ଏହି ସମୟରେ ସେମାନଙ୍କୁ ପଛରୁ କ୍ରେନ୍ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ମନି ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସ୍ୟାମସୁନ୍ଦନ ନାମକ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଘର କଲିକତା ଅଞ୍ଚଳରେ ବୋଲି ଜଣାପଡିଛି । ପୁଲିସ ମୃତଦେହକୁ ଜବତ କରିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟଲୋକେ କ୍ରେନକୁ ଭଙ୍ଗାରୁଜା କରିଛନ୍ତି ।

Leave A Reply