ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

0

ଝାରସୁଗୁଡା: ଝାରସୁଗୁଡା ସମ୍ବଲପୁର ବାଇପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ବିକାଶ ବାରିକ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ ବୁଧବାର ସକାଳେ ବିକାଶ କୌଣସି କାମ ପାଇଁ ନିଜ ସ୍କୁଟିରେ ବାଇପାସ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଭାରି ଯାନ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିକାଶଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛିଦିନ ତଳେ ଏକ ସାଇକେଲ ଆରୋହୀ ରାସ୍ତା ପାରି ହେବା ସମୟରେ ଏକ ଘରୋଇ ବସ ଧକ୍କାରେ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ଏହି ରାସ୍ତାରେ ଘଟୁଛି। ଏହାର ନିଶ୍ଚିତ ଭାବରେ ନିରାକରଣ କରାଯାଉ ବୋଲି ସ୍ଥାନୀୟ ମହଲରେ ଦାବି ହୋଇଛି।

Leave A Reply