ଟ୍ରେନ ଧକ୍କାରେ ହାଇୱା ଚୁରମାର

0

ଝାରସୁଗୁଡା: ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ହାଇୱା ଚୁରମାର ହୋଇଯାଇଛି। ବିଳମ୍ବିତ ରାତିରେ ରାଜପୁର ଲେବଲ କ୍ରସିଂ ନିକଟରେ ଏକ କୋଇଲା ପରିବହନକାରୀ ଟ୍ରେନ ହାଇୱାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ହାଇୱାଟି ରାଜପୁର ଅଭିମୁଖେ ଯାଉଥିବା ବେଳେ ଟ୍ରେନ ଲାଇନ ନିକଟରେ ବ୍ରେକ ଡାଉନ ହୋଇଯାଇଥିଲା। ହାଇୱା ଚାଳକ ଓ ସ୍ଥାନୀୟ ଲୋକେ ହାଇୱାଟିକୁ ହଟାଇବାକୁ ଚେଷ୍ଟା କରିବା ସତ୍ୱେ ବିଫଳ ହୋଇଥିଲେ। ଏହି ସମୟରେ ଟ୍ରେନଟି ଆସି ଯିବାରୁ ଦୁର୍ଘଟଣା ହୋଇଥିଲା। ବର୍ତ୍ତମାନ କ୍ରେନ ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି।

Leave A Reply