ଦୁର୍ଘଟଣାରେ ଆଈ-ନାତୁଣୀ ମୃତ

0

ଦେବଗଡ଼ : ଦେବଗଡ଼ ଜିଲା ପଲସାକୁଦର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଦୁର୍ଘଟଣାରେ ଆଈ ଓ ନାତୁଣୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପଲସାକୁଦର ଗ୍ରାମର ରମେଶ ପାତ୍ରଙ୍କ ପତ୍ନୀ ନିରୁପମା ପାତ୍ର(୬୦)ନିଜର ୨ ଯାଆଁଳା ନାତୁଣୀ ଛବି ଓ ରୁବି(୩)ଙ୍କୁ ଧରି ରାସ୍ତାପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାରକୋଟ ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଛିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ନିରୂପମା ଓ ରୁବିକୁ ମୃତ ଘୋଷଣା କରିଥିଲେ। ଛବିକୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।

Leave A Reply