ଟାଟା ଏସି ଧକ୍କାରେ ଦିବ୍ୟାଙ୍ଗ ଗୁରୁତର

0

ପିପିଲି:ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତାର ଦାଣ୍ଡମୁକୁନ୍ଦପୁର ଖେଳପଡିଆ ନିକଟରେ ଗୁରୁବାର ଦିନ ଏକ ଟାଟା ଏସି ଧକ୍କାରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ନାମ ଅଲେଖ ବାରିକ (୩୨) ଓ ସେ ନିକଟବର୍ତ୍ତି କୁଳଶିଖରପାଟଣା ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମର ପରମାନନ୍ଦ ବାରିକଙ୍କ ପୁଅ ।

ସୂଚନା ଅନୁସାରେ, ଜନ୍ମରୁ ମୁକ ଓ ବଧିର ଥିବା ଅଲେଖ ଆଜି ପଞ୍ଚାୟତ କାର୍ଯ୍ୟାଳୟରୁ ଦିବ୍ୟାଙ୍ଗ ଭତ୍ତା ପାଇବା ପରେ ଦାଣ୍ଡମୁକୁନ୍ଦପୁର ବଜାରରୁ ସଉଦା କିଣି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୃତ ଗତିରେ ଯାଉଥିବା ଏକ ଟାଟା ଏସି ଗାଡି ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ସେ ରାସ୍ତା ଉପରେ ଛିଟିକି ପଡିଥିଲେ ଓ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ତାଙ୍କୁ କ୍ୟାପିଟାଲ୍‌ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏସଂପର୍କରେ ପୁଲିସରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply