ସଡକ ଦୁର୍ଘଟଣାରେ ଜଣେ ମୃତ,ରାସ୍ତା ଅବରୋଧ

0

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ଠାରେ ୫୫ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ନ ୧ଟା ସମୟରେ ହେମନ୍ତ ବିଶୋଇ ନାମକ ଜଣେ ବ୍ୟକ୍ତି ନିଜ ସ୍କୁଟିରେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରକ ଚାଳକଟି ଟ୍ରକ ଛାଡି ଫେରାର ହୋଇଯାଇଛି।

ମୃତକ ଜଣକ ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗୋଡ ଗ୍ରାମର ବୋଲି ଜଣା ପଡିଛି। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Leave A Reply