ସଡକ ଦୁର୍ଘଟଣାରେ  ୨ ମୃତ, ୫ ଆହତ

0

ବଲେଶ୍ୱର:  ବାଲେଶ୍ୱର ଜିଲା ହିଡିଗାଁ ଶାଳପଡା   କଲଭର୍ଟ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି  ।

ଏହି ପିକ୍‌ ଅପ୍‌ ଭ୍ୟାନଟି ଗୁଡୁପାହିରୁ  ଚାନ୍ଦିପୁର ଘାଟଛକ ଯାଉଥିଲା । ମାତ୍ର ଗାଡିଟି କଲଭର୍ଟ ନିକଟରେ ଭାରସାମ୍ୟ ହରାଇ  ଓଲଟି ପଡିଥିଲା ।  ଘଟଣାସ୍ଥଳରେ   ରବୀନ୍ଦ୍ର ହାଁସଦା ଓ ବାସୁଆ ହାଁସଦାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆହତମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply