ସଡକ ଦୁର୍ଘଟଣାରେ ଜଣେ ମୃତ

0

ଝାରସୁଗୁଡା.- ସମ୍ବଲପୁର ବାଇପାସ ରାସ୍ତାର ପ୍ରସନ୍ନ ପଣ୍ଡା ଛକ ନିକଟରେ ବସ ଧକ୍କାରେ ଜଣେ ୫୫ ବର୍ଷିୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ଏକାତାଲି  ଗାଁ ର କୃଷ୍ଣ କୁମାର ଷଣ୍ଢ ରବିବାର ଅପରାହ୍ନ ୩ଟା୩୦ସମୟରେ ସାଇକେଲରେ ରାସ୍ତା ପାରି କରୁଥିବା ବେଳେ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ମୃତକଙ୍କ ଶବକୁ ରାସ୍ତାରେ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ରଖିଛନ୍ତି । ଫଳରେ ୧୦ ନମ୍ବର ରାଜ୍ୟ ରାଜପଥ ରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ଝାରସୁଗୁଡା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ରହି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା ।ଦୁର୍ଘଟଣା ଘଟାଇଥିବା ବାସ ଚାଳକ ବସ୍‌କୁ ନେଇ ବଡମାଳ ଥାନାରେ ଆତ୍ମସମର୍ପଣ କରିଛି।

Leave A Reply