ସଡକ ଦୁର୍ଘଟଣାରେ ଦୁଇ ମୃତ

0

ଜଗତସିଂହପୁର:  ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ରାହାମା ପେଟ୍ରୋଲ ଟାଙ୍କି ନିକଟରେ ଟ୍ରକ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ୪ଟା ସମୟରେ ଏକ  ମଟର ସାଇକେଲ ଉପରେ ଦଶ ଚକିଆ ଟ୍ରକ ଚଢିଯାଇଥିଲା ।  ଘଟଣାସ୍ଥଳରେ  ଦୁଇ ଜଣ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିଲେ  ।

ମୃତକ ଦୁଇ ଜଣ  ହେଲେ ତିର୍ତ୍ତୋଲ ଥାନା ଦଣ୍ଡମୀର ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଆକାଶ ପ୍ରଧାନ (୨୨ବର୍ଷ) ଓ ମାଣିତ୍ରୀ ଗ୍ରାମର ନିରଂଜନ ସାମଲଙ୍କ ପୁଅ ଜ୍ଞାନ ରଞ୍ଜନ ସାନଲ (୨୩ବର୍ଷ)।ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା  । ଉତ୍ୟକ୍ତ ଲୋକମାନେ  କଟକ ପାରାଦୀପ ରାସ୍ତା ଅବରୋଧ କରିଥିଲେ ।

Leave A Reply