ସଡ଼କ ଦୁର୍ଘଟଣାରେ ୩ ମୃତ ,୫ ଆହତ

0

ପାରାଦୀପ : କଟକ – ପାରାଦୀପ ରାସ୍ତାର ପଥୁରିଆଗଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। କାର୍‍ଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା ପରେ କାର୍‍ଟି ଓଲଟି ପଡି ଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ବଡ଼ପାଳ ଗ୍ରାମର ପରିକ୍ଷିତ ଶତପଥୀ, ତାଙ୍କ ପୁଅ ମନୋରଞ୍ଜନ ଏବଂ ଅନ୍ୟ ଜଣେ ତାଙ୍କ ସଂପର୍କିୟ। କାର୍‍ରେ ଥିବା ୫ ଜଣ ଆହତ ହୋଇଛନ୍ତି । ଏହା ପରେ ଘଟଣା ସ୍ଥଳରେ କୁଜଙ୍ଗ ଆଉଆଇସି ପହଞ୍ଚି ମୃତ ଦେହ ଗୁଡ଼ିକୁ ମେଡ଼ିକାଲ ପଠାଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି କଟକ – ପାରାଦୀପ ରାସ୍ତା ଅବରୋଧ କରିଛନ୍ତି।

Leave A Reply