www.samajalive.in
Monday, December 15, 2025
27.1 C
Bhubaneswar

ସ୍ୱଦେଶ ଫେରିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ

ଓ୍ୱାଘା ..-   ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬କୁ ନଷ୍ଟ କରିବା ପରେ  ମିଗ୍‌  ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାକିସ୍ତାନ ଅଧିକୃତ କାଶ୍ମୀର ପାରାଚ୍ୟୁଟ ଯୋଗେ ଓହ୍ଲାଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ଓ୍ୱାଘା ସୀମାରେ ତାଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ।  ଏହି ସମୟରେ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ଅଭିନନ୍ଦନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପରେ ତାଙ୍କୁ  ବାୟୁସେନାର ନିୟମ ଅନୁସାରେ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଛି ଏହାପରେ ତାଙ୍କୁ ନୂଆଦିଲ୍ଲୀ ନିଆଯିବ ବୋଲି  ସୂଚନା ମିଳିଛି ।

ଦୁଇଦିନ ପରେ  ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓ୍ୱାଘାସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ  ଦେଶପ୍ରେମୀ ଜନତା ଉପସ୍ଥିତ ଥିଲେ ।  ସନ୍ଧ୍ୟା ୯ଟା ୨୨ ମିନିଟ ସମୟରେ ଅଭିନନ୍ଦନ ଭାରତରେ ପାଦ ରଖିଥିଲେ ।

Hot this week

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

Related Articles

Popular Categories