ଅଭିଜିତ ଆୟରଙ୍କ ଜାମିନ ଆବେଦନ ଖାରଜ

0

ଭୁବନେଶ୍ୱର: ଗୁରୁବାର ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଓଡିଶାର କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ସେ ଦେଇଥିବା ଅଶାଳୀନ ମନ୍ତବ୍ୟ କୋଟି କୋଟି ଓଡିଆଙ୍କ ମନକୁ ଗଭୀର କ୍ଷତ ପହଞ୍ଚାଇଛି । ତେଣୁ ତାଙ୍କ ଜାମିନ ଅବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ,  ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଚିଲିକା ହ୍ରଦର ଅତି ନିକଟରେ ହେଲିକପ୍ଟର ଉଡିବା ନେଇ ବୈଜୟନ୍ତ ପଣ୍ଡା ବିବାଦକୁ ଟାଣି ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ରଙ୍କର କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା  ଅଶାଳୀନ ମନ୍ତବ୍ୟ ରାଜ୍ୟ ରାଜନୀତି ଜୋର ଧରିଥିଲା। ଅଭିଜିତ୍ ଆୟର ମିତ୍ର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ୟ୍ୟଟନ ସ୍ଥଳ ବୋଲି କହିଥିଲେ । ଏହା ସହ ଦମ୍ ଅଛି ତ ଗିରଫ କରି ଦେଖାଅ ବୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ପରେ ସେପ୍ଟେମ୍ବର ୨୦ରେ ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ ଜାମିନ୍‌ରେ ମୁକୁଳିଥିଲେ।

Leave A Reply