କୋଣାର୍କ ଜେଏମଏଫସି କୋର୍ଟରୁ ଅଭିଜିତଙ୍କୁ ମିଳିଲା ଜାମିନ୍

0

ପୁରୀ : କୋଣାର୍କ ଜେଏମଏଫସି କୋର୍ଟ ଗୁରୁବାର ସାମ୍ବାଦିକ ଅଭିଜିତ ଆୟରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ବୁଧାର ଓଡ଼ିଶା ହାଇକୋର୍ଟ ଅଭିଜିତଙ୍କୁ ଅନ୍ୟ ଏକ ମାମଲାରେ ଜାମିନ୍ ପ୍ରଦାନ କରିଥିଲେ । ଏହାସହ ଆବଶ୍ୟକ ସର୍ତ୍ତ ରଖି ଜାମିନ ପ୍ରଦାନ କରିବାକୁ ନିମ୍ନ ଅଦାଲତକୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ କୋଣାର୍କ ଜେଏମ୍ଏଫସି କୋର୍ଟ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ ରଖି ଅଭିଜିତଙ୍କୁ ଜାମିନ ଦେଇଛନ୍ତି ।

ଓଡ଼ିଶାର ଶ୍ରୀମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସାମ୍ବାଦିକଙ୍କ ଅଭିଜିତ ଆୟାରଙ୍କ ବିରୋଧରେ ଭୁବନେଶ୍ବର ସହିଦନଗର ଓ କୋଣାର୍କ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଗୃହ କମିଟି​‌ରେ ହାଜର ହେବାକୁ ଆସି ଗିରଫ ହେବା ପରଠାରୁ ସେ ଜେଲରେ ଥିଲେ । ବୁଧବାର ସହିଦନଗର ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଗୁରୁବାର କୋଣାର୍କ ଥାନା ମାମଲାରେ ସ୍ଥାନୀୟ ଜେଏମଏଫସି କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

Leave A Reply