ଭୁବନେଶ୍ୱରରେ ପହଞ୍ଚିଲେ ଅଭିଜିତ ଆୟର ମିତ୍ର

0

ଭୁବନେଶ୍ୱର: କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବର ପହଞ୍ଚିଛନ୍ତି । ଗତକାଲି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ । ଜାମିନ ଖାରଜ ପରେ ତାଙ୍କର ଗିରଫ ସମ୍ଭାବନା ବଢି ଯାଇଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଚିଲିକା ହ୍ରଦର ଅତି ନିକଟରେ ହେଲିକପ୍ଟର ଉଡିବା ନେଇ ବୈଜୟନ୍ତ ପଣ୍ଡା ବିବାଦକୁ ଟାଣି ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ରଙ୍କର କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା। ଅଭିଜିତ୍ ଆୟର ମିତ୍ର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ୟ୍ୟଟନ ସ୍ଥଳ ବୋଲି କହିଥିଲେ । ଏହା ସହ ଦମ୍ ଅଛି ତ ଗିରଫ କରି ଦେଖାଅ ବୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ପରେ ସେପ୍ଟେମ୍ବର ୨୦ରେ ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୁଲିସ ଗିରଫ କରି ସାକେତ କୋର୍ଟରେ ହାଜର କରିଥିଲା । ଏହା ପରେ ଜାମିନରେ ମୁକୁଳିଥିଲେ । ସୁପ୍ରିମକୋର୍ଟ ତାଙ୍କୁ ୫ ତାରିଖ ଯାଏ ଅନ୍ତରୀଣ ସୁରକ୍ଷା ଦେଇଥିଲେ।

Leave A Reply