ଓଡିଆଙ୍କ ସହ  କୋଣାର୍କକୁ ନିନ୍ଦିଛନ୍ତି ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍‌ !

0

ଭୁବନେଶ୍ୱର .- ବୈଜୟନ୍ତ ପଣ୍ଡା ଯେଉଁ ବନ୍ଧୁଙ୍କୁ ନେଇ  ହେଲିକପ୍ଟରେ ପୁରୀ ଓ କୋଣାର୍କ  ବୁଲାଇ ବିବାଦରେ ଫସିଛନ୍ତି  । ସେହି ବନ୍ଧୁ ଅଭିଜିତ୍‌ ଆୟର ଓଡିଆଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଅତି ଅରୁଚିକର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।

ଜଗନ୍ନାଥ ବଙ୍ଗାଳୀଙ୍କର ଏବଂ କଳିଙ୍ଗର ରାଜା ସେଠାରେ ଜଗନ୍ନାଥଙ୍କୁ ନେଇ ଆସିଥିବା ଅଭିଜତ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ କୋଣାର୍କ ମନ୍ଦରକୁ ମୁସଲମାନ୍‌ମାନେ ତିଆରି କରିଥିଲେ । ଧର୍ମ ଭ୍ରଷ୍ଟ କରିବା ପାଇଁ ସେଠାରେ  ଏପରି  ମୂର୍ତ୍ତୀ ତିଆରି କରାଯାଇଛି । ମୂର୍ତ୍ତୀ ଗୁଡିକ ଅଶୀଳ୍ଲ ବୋଲି ସେ ଏକ  ଭିଡିଓରେ ପ୍ରକାଶ କରିଛନ୍ତି । ଏଥିପାଇଁ ବିଧାନସଭାରେ ହୋ ହଲ୍ଲା ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରିଛି । ବିଜେପି  ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ବି କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ବ୍ୟକ୍ତ କରିଛନ୍ତି ।

ବୈଜୟନ୍ତ ପଣ୍ଡା  ତାଙ୍କ ବନ୍ଧୁ ଅଭିଜିତ୍‌ ଏପରି ମନ୍ତବ୍ୟ ଦେବା ଠିକ୍‌ ନୁହେଁ ବୋଲି ଏକ ଭିଡିଓ ବାର୍ତ୍ତାରେ ଦର୍ଶାଇଛନ୍ତି ।

Leave A Reply