ଦୁର୍ଘଟଣାରେ ବାପା ମୃତ , ମା’ ଓ ୨ ପୁଅ ଗୁରୁତର

ଆସିକା : ଗଞ୍ଜାମ ଜିଲାର ଦିଗପହଣ୍ଡି-ଆସିକା ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଏକ ବାଇକରେ ସପରିବାର ଯାଉଥିବା ସମୟରେ ଏକ ବୋଲେରୋ ଧକ୍କା ଦେବାରୁ ବାପାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି।

Comments are closed.