ବିଜେପିରେ ଯୋଗଦେଲେ କପିଲ ମିଶ୍ର

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ୍‌)ର ବିଦ୍ରୋହୀ ନେତା ତଥା ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ର ଶନିବାର ବିଜେପିରେ ଯୋଗ ଦେଇଛନ୍ତି। କପିଲଙ୍କ ସହିତ ଆପ୍‌ର ମହିଳା ସଂଗଠନ ମୁଖ୍ୟ ରିଚା ପାଣ୍ଡେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟାମ ଜାଜୁ ଓ ଦିଲ୍ଲୀ ରାଜ୍ୟ ସଭାପତି ମନୋଜ ତିୱାରିଙ୍କ ଉପସ୍ଥିତିରେ ଆପ୍‌ର ଦୁଇ ନେତା ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶକୁ ଅନୁସରଣ ପୂର୍ବକ ଉଭୟ ଦିଲ୍ଲୀବାସୀଙ୍କର ସେବା କରିବେ ବୋଲି ତିୱାରି କହିଛନ୍ତି। ଲୋକସଭା ନିର୍ବାଚନ ସମୟରେ ବିଜେପି ସପକ୍ଷରେ ପ୍ରଚାର କରିବା ନେଇ କପିଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋୟଲ ଦଳ ବିରୋଧୀ କାର୍ଯ୍ୟ ପାଇଁ କପିଲଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣାକୁ କପିଲ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି।

Comments are closed.