ଆପ୍‌ଠାରୁ ମେଣ୍ଟ ସମ୍ପର୍କ ତୁଟାଇଲା ଲିପ୍‌

0

ଚଣ୍ଡିଗଡ: ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ଠାରୁ ମେଣ୍ଟ ସମ୍ପର୍କ ତୁଟାଇଛି ଲୋକ ଇନସାଫ ପାର୍ଟି (ଲିପ୍‌)। ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିରୋମଣି ଅକାଳି ଦଳ (ଏସଏଡି) ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କୁ କ୍ଷମା ମାଗିବାକୁ ନେଇ ଏହି ଲିପ୍‌ ଏହି ନିଷ୍ପତ୍ତି ନେଇଛି। ଆପ୍‌ ଠାରୁ ମେଣ୍ଟ ସମ୍ପର୍କ ତୁଟାଇବା ନେଇ ଲିପ୍‌ ନେତା ତଥା ବିଧାୟକ ସିମରଜିତ୍‌ ସିଂହ ବେନ ଘୋଷଣା କରିଛନ୍ତି। ବେନ କହିଛନ୍ତି ଯେ ମାଜିଥିଆଙ୍କୁ କ୍ଷମା ମାଗି କେଜରିୱାଲ ପଞ୍ଜାବୀଙ୍କୁ ପ୍ରତାରିତ କରିଛନ୍ତି। କାରଣ ମାଜିଥିଆଙ୍କୁ ଦଣ୍ଡ ଦେବା ପାଇଁ କେଜରିୱାଲଙ୍କ ଠାରୁ ପାଣ୍ଠି ସଂଗ୍ରହ କରିଥିଲେ।

Leave A Reply