ଆପ୍‌ ବିଧାୟକ ପ୍ରକାଶ ଜରୱାଲଙ୍କୁ ଜାମିନ

0

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଅଦାଲତ ସୋମବାର ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ପ୍ରକାଶ ଜରୱାଲଙ୍କୁ ଏକ ନିର୍ଯାତନା ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଜଣେ ୫୩ ବର୍ଷୀୟା ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ଜରୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୭ ଜୁଲାଇ ୧୪ରେ ଜରୱାଲ ଓ ତାଙ୍କର କେତେକ ସମର୍ଥକ ମହିଳାଙ୍କ ବାସଭବନରେ ଜବରଦସ୍ତ ପ୍ରବେଶ କରି ଅସଦାଚରଣ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଥିଲା। ତଦନୁଯାୟୀ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪ ଓ ୫୦୬ ଅନୁଯାୟୀ ଚଳିତବର୍ଷ ଫେବୃଆରୀରେ ଜରୱାଲଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା।

Leave A Reply