ଆଳୁ କଦଳୀ ବରା

ଆବଶ୍ୟକ ସାମଗ୍ରୀ
ସିଝା କଞ୍ଚା କଦଳୀ – ୨ଟି
ଅଟା – ୨୫୦ ଗ୍ରାମ
ଲୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଧନିଆପତ୍ର – ଅଳ୍ପ
ସିଝା ଆଳୁ – ଆବଶ୍ୟକ ପରିମାଣରେ
ଭଜା ମୁଗ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଅଟାରେ ଆବଶ୍ୟକ ଲୁଣ, ସିଝା କଦଳୀ ଚକଟାକୁ ପକାଇ ଭଲ ଭାବେ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ସିଝା ଆଳୁ ଚକଟି ଦିଅନ୍ତୁ। ଆଳୁ ଚକଟିବା ପରେ କଞ୍ଚା ଲଙ୍କା, ମୁଗ ଭଜା, ଲୁଣ ଓ ଧନିଆପତ୍ର ମିଶାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରୁ ଛୋଟ ଛୋଟ ଗୁଳା ଆକୃତି କରି ପେଷିଥିବା ଅଟା ମିଶ୍ରଣରେ ବୁଡ଼ାନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ ଗୁଳାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ କଦଳୀ ବରା।

Comments are closed.