ଚନ୍ଦ୍ରରେ ହେବ ଚାଷ

0

ନିଜ ଚେଷ୍ଟାରେ ଗବେଷକଗଣ ଉଦ୍ୟମ କରିବାରେ ଆଦୌ ପଛଘୁଞ୍ଚା ଦେଉନାହାନ୍ତି। ପ୍ରତିମୁହୂର୍ତ୍ତରେ ନୂତନ ତଥ୍ୟମାନ ସମ୍ମୁଖକୁ ଆସୁଛି। ବିଶ୍ବସ୍ତରୀୟ ଗବେଷଣାରେ ଯୁକ୍ତରାଷ୍ଟ୍ର ଆମେରିକା ଗୋପନୀୟତା ଅବଲମ୍ବନରେ ସମ୍ପୂର୍ଣ୍ଣ ସତର୍କ ଥିବା ବେଳେ ଅନ୍ୟ ରାଷ୍ଟ୍ରମାନେ ଏ ଦିଗ ପ୍ରତି ସେଭଳି ପଥ ଅନୁସରଣ କରୁ ନଥିବାର ଦେଖାଯାଉଛି।

ଏଇ ନିକଟରେ ଚୀନର ବି​‌ଶେଷଜ୍ଞଦଳ ପ୍ରକାଶ କରିଛନ୍ତି ଯେ ଯଥାଶୀଘ୍ର ସେମାନେ ଚନ୍ଦ୍ରରେ ଚାଷ କରବାର ଯୋଜନା ଆରମ୍ଭ କରିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମହାକାଶଯାନ ସାହାଯ୍ୟରେ ସେମାନେ ଚନ୍ଦ୍ରକୁ ଚାରା ପ୍ରେରଣ କରିବେ ବୋଲି ପ୍ରକାଶ। ଚୀନର ୨୮ଟି ବିଶ୍ବବିଦ୍ୟାଳୟର ସଂଖ୍ୟାଧିକ ଗବେଷକଦଳ ଏହି କାର୍ୟ୍ୟରେ ସାମିଲ ହୋଇଛନ୍ତି। ଚନ୍ଦ୍ରରେ ସେମାନଙ୍କ ଏହି ପଦକ୍ଷେପ ବିଶ୍ବବାସୀଙ୍କୁ ଭିନ୍ନ ବାର୍ତ୍ତା ଦେବ ବୋଲି ବିଶ୍ବାସ କରାଯାଉଛି।

ଏହି ପ୍ରୋଜେକ୍ଟର ନାମ ‘ଲୁନାର୍ ମିନି ବାୟୋସ୍କୋୟାର୍’ ରଖାଯାଇଛି। ବିଶେଷ ପ୍ରକାର ଆଲୁମିନିୟମ୍ ବାକ୍ସରେ ଆଳୁ, ଅନ୍ୟାନ୍ୟ ପରିବାର ବୀଜ ରଖାଯିବା ସହ ଫୁଲର ଚାରା ମଧ୍ୟ ରହିବ। ପରେ ଏସବୁକୁ ୧୮ ସେଣ୍ଟିମିଟର ଲମ୍ବର ସେହି ବାକ୍ସରେ ରଖାଯାଇ ଚାଙ୍ଗ-ଇ ଲୁନାର୍-୪ରେ ଚନ୍ଦ୍ରକୁ ପ୍ରେରଣ କରାଯିବ। କ୍ୟାମେରା ସହାୟତାରେ ପ୍ରତ୍ୟେକ ସ୍ଥିତିକୁ ରେକର୍ଡିଂ କରାଯିବ ବୋଲି ପ୍ରକାଶ। ବିଶ୍ବର ଅନ୍ୟ ପ୍ରାନ୍ତରୁ ଚୀନ୍ ଗବେଷକଙ୍କୁ ଏଥିପାଇଁ ଅଭିବାଦନ ଜଣାଇଦିଆଯାଇଛି।

Leave A Reply