ଗରା, ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

0

ଢେଙ୍କାନାଳ: ପାଣି ପାଇଁ ଗରା, ବାଲଟି ଧରି ରାସ୍ତାକୁ ମହିଳାମାନେ ଓହ୍ଲାଇଛନ୍ତି । ପାନୀୟ ଜଳ ସମସ୍ୟାକୁ ନେଇ ଦୀର୍ଘ ଦିନ ଧରି ପ୍ରଶାସନ ଦୃଷ୍ଟିଗୋଚର କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଶେଷ​‌ରେ ବାଧ୍ୟ ହୋଇ ପୌର ପରିଷଦର ୧୪ ଓ ୧୫ ନମ୍ବର ୱାର୍ଡର ମହିଳାମାନେ  ରାଜରାସ୍ତାକୁ ଓହ୍ଲାଇଥିଲେ । ରାସ୍ତାରେ ଗରା, ବାଲଟି ଧୋଇ ରାସ୍ତା ଅବରୋଧ କରିଥିଲେ । ଯାହାଦ୍ବାରା ଗାଡି ଚଳାଚଳ ବନ୍ଦ ରହିବା ସହ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ମହିଳାମାନେ ରାସ୍ତାଅବରୋଧରୁ ହଟିଥିଲେ ।

Leave A Reply