ଆଜି ଠାରୁ ସିବିଏସଇ ୧୦ମ, ୧୨ଶ ପରୀକ୍ଷା

0

ନୂଆଦିଲ୍ଲୀ  : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୋମବାର ଠାରୁ ଆରମ୍ଭ ହେବ। ଏହି ଦୁଇ ଶ୍ରେଣୀରେ ମୋଟ ୨୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଚଳିତବର୍ଷ ସିବିଏସଇରେ ଦଶମ ବୋର୍ଡ ପରୀକ୍ଷାକୁ ପୁନଃ ଲାଗୁ କରାଯାଇଛି। ଦଶମ ପରୀକ୍ଷା ପାଇଁ ମୋର୍ଟ ୪୪୫୩ଟି କେନ୍ଦ୍ର ଖୋଲାଯାଇଛି। ଏହା ସହିତ ବିଦେଶରେ ମଧ୍ୟ ୭୮ଟି କେନ୍ଦ୍ର ଖୋଲାଯାଇଛି। ଦ୍ୱାଦଶ ଶ୍ରେଣୀ ପାଇଁ ୪୧୩୮ଟି କେନ୍ଦ୍ର ଓ ବିଦେଶରେ ୭୧ଟି କେନ୍ଦ୍ର ଖୋଲାଯାଇଛି। ଚଳିତବର୍ଷ ସିବିଏସଇ ଭିନ୍ନକ୍ଷମ ପିଲାଙ୍କୁ ପରୀକ୍ଷା ସମୟରେ ଲାପଟପ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୪୫୧୦ ଓ ୨୮୪୬ଜଣ ଭିନ୍ନକ୍ଷମ ପିଲା ନାମ ପଞ୍ଜୀକରଣ କରିଛନ୍ତି।

Leave A Reply