ବାପୁ ଭବନ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ବାପୁ ଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛି। କାକୋରିର ଗୁଡଗୁଡି ଛକରେ ରହୁଥିବା ଅମିତ ରାୱତ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛି। ଗୁରୁତର ଅବସ୍ଥାରେ ଅମିତକୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଜିତେନ୍ଦ୍ର ଚୌରାସିଆ ନାମକ ଜଣେ ଯୁବକ ପୀଡିତ ଅମିତ ରାୱତଙ୍କ ଜମିକୁ ନିଜ ଅଧୀନକୁ ନେଇ ଯାଇଛି। ଏନେଇ ଅମିତ ଲକ୍ଷ୍ନୌ ଏସଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଥିରେ ନିରାଶ ହୋଇ ଅମିତ ଏଭଳି ପଦକ୍ଷେପ ନେଇଥିବା ଶୁଣିବାକୁ ମିଳିଛି।

Comments are closed.