ବିମାନବନ୍ଦର ନୁହେଁ ରେଳଷ୍ଟେସନ୍!

କେବଳ ବିଦେଶରେ ନୁହେଁ, ଏବେ ଭାରତୀୟ ବିମାନବନ୍ଦରଗୁଡ଼ିକ ମଧ୍ୟ ଖୁବ୍ ଆକର୍ଷଣୀୟ ହେଲାଣି। ଆମେରିକୀୟ ତଥା ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଦିଲ୍ଲୀ ବିମାନବନ୍ଦରକୁ ବିଶ୍ୱର ଅନ୍ୟତମ ସୁନ୍ଦର ବିମାନବନ୍ଦର ଭାବେ କ୍ରମାଙ୍କ ଦେଇଥିବାର ସର୍ବେକ୍ଷଣରୁ ପ୍ରକାଶ। ଭାରତୀୟ ରେଳଷ୍ଟେସନ୍‌ଗୁଡ଼ିକର କାମ ମଧ୍ୟ ଜୋର୍‌ସୋର୍‌ରେ ଚାଲିଛି। ଲୋକେ ସଚେତନ ହେଲେ ହିଁ ରେଳଷ୍ଟେସନ୍‌ର ପରିସ୍ଥିତି ସୁଧୁରିବ ବୋଲି କର୍ତ୍ତୃପକ୍ଷଙ୍କ ମତ। ଏପରିସ୍ଥଳେ ବାରାଣସୀର ମାଣ୍ଡୁଆଡିହ ରେଳଷ୍ଟେସନ୍ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

ଏଇ ଷ୍ଟେସନ୍‌ଟି କୌଣସି ଏକ ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବୋଲି ଉଭୟ ପର୍ୟ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମତ। ଖୁବ୍ ପରିଷ୍କାର ପରିଚ୍ଛନ ରଖାଯାଉଥିବା ଏହି ରେଳଷ୍ଟେସନ୍‌ର ଆଭ୍ୟନ୍ତରୀଣ ଓ ଚତୁର୍ଦିଗରେ ବାରଣାସୀର ସୌନ୍ଦର୍ୟ୍ୟକୁ ଅଙ୍କା ଯାଇଥିବାବେଳେ ଶୀତତାପନିୟନ୍ତ୍ରିତ କକ୍ଷର ସୁବିଧା ଗ୍ରାହକଙ୍କୁ ସନ୍ତୋଷ ଦେଇପାରିଛି। କେନ୍ଦ୍ର ସରକାର ଏଇ ବିମାନବନ୍ଦରର ସାଜସଜ୍ଜାରେ କୋଟିକୋଟି ଟଙ୍କା ବ୍ୟୟ କରିଥିବାବେଳେ ବାରାଣସୀ ଆସୁଥିବା ବିଦେଶୀ ପର୍ୟ୍ୟଟକଙ୍କ ନିମନ୍ତେ ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।

Comments are closed.