ସମ୍ପର୍କୀୟଙ୍କ କାର ଧକ୍କାରେ ବୃଦ୍ଧ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପର୍ଶୁରାମପୁର ଗ୍ରାମରେ କାର ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ନୃସିଂହ ବେହେରା(୬୪)। ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପାଖାପାଖି ୮ଟା ସମୟରେ ନିଜ ଘର ପାଖରେ ନୃସିଂହ ଠିଆ ହୋଇଥିବା ବେଳେ ହଠାତ କାରଟି ଆସି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଗାଁ ଥାନା ଏଏସଆଇ ସହଦେବ ସାହୁ ଆଜି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଦୁର୍ଘଟଣା ଘଟାଇଥିବା କରଟି ତାଙ୍କ ସମ୍ପର୍କୀୟଙ୍କର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Comments are closed.