ରପ୍ତାନୀକାରୀଙ୍କୁ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ଜିଏସ୍‌ଟି ବାବଦ ବକେୟା ରାଶି

0

 

ନୂଆଦିଲ୍ଲୀ : ରପ୍ତାନୀକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କର ସମସ୍ତ ବକେୟା ରାଶି ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ରପ୍ତାନୀକାରୀଙ୍କୁ ଜିଏସ୍‌ଟି ବାବଦ ଅର୍ଥ ଫେରସ୍ତ ହେବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ୀକାରୀଙ୍କୁ ଜିଏସ୍‌ଟି ବାବଦ ଅର୍ଥ ଫେରସ୍ତ ନେଇ ଗଣମାଧ୍ୟମରେ ଯାହା ଆକଳନ ପ୍ରକାଶ ପାଉଛି ତାହା ଅମୂଳକ । ଏହି ତଥ୍ୟଗୁଡ଼ିକ ମନଗଢ଼ା ଓ ଅଧିକାଂଶ ଭୁଲ୍‌ ତଥ୍ୟ ଉପରେ ପର୍ଯ୍ୟବେଶିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସଂକ୍ରାନ୍ତରେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଓ ଜିଏସ୍‌ଟି ଆଇନ୍‌ରେ ସଂଶୋଧନ ମଧ୍ୟ କରିଛନ୍ତି। ଗତ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ସମସ୍ତ ରାଜ୍ୟର ପ୍ରତ୍ୟକ୍ଷ ଟିକସ କର୍ତ୍ତୃପକ୍ଷଙ୍କୁ ଜିଏସ୍‌ଟି ରାଶି ଫେରସ୍ତ କରିବା ସକାଶେ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave A Reply