ଚୈତ୍ର ନବରାତ୍ରରେ ମାଆ’ ଦୁର୍ଗାଙ୍କ ଆବାହନ

0

୧୮ ମାର୍ଚ୍ଚରୁ ଚୈତ୍ର ନବରାତ୍ର
ନଅ ଦିନ ପର୍ଯ୍ୟନ୍ତ ଚାଲିବ ନବରାତ୍ର
୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ର

କଟକ : ଚୈତ୍ର ନବରାତ୍ର ରବିଠାରୁ(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଘରେ ମାଆ ଦୁର୍ଗା ନଅଟି ରୂପରେ ପୂଜା ପାଇବେ। ମନ୍ଦିରରେ ପ୍ରତ୍ୟେକ ଦିନ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ। କେତେକ ଶ୍ରଦ୍ଧାଳୁ ଉପବାସ ରଖି ମାଆଙ୍କ ଆରାଧନା କରିବେ। ଅନେକ ଶ୍ରଦ୍ଧାଳୁ ଉଜାଗର ରହିବେ। ସକାଳୁ ସକାଳୁ ମନ୍ଦିରକୁ ଯାଇ ଦେବୀ ମାତାଙ୍କ ଆଗରେ ଘିଅ ଦୀପ ଜଳାଇବେ। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ର ପୁଜା। ଶେଷ ଦିନରେ ଘରେ ଛୋଟ ଛୋଟ ଝିଅ ମାନଙ୍କୁ ଖାଇବାକୁ ଦିଆଯିବ।

ତେବେ ଏହି ସମୟରେ ମାଆ ଦୁର୍ଗାଙ୍କର ୧୦୮ ନାମ ଜପ କରନ୍ତୁ। ନିଷ୍ଠାର ସହିତ ମାତାଙ୍କ ଆରାଧନା କରନ୍ତୁ।
କଟକ ସହର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଏହି ଅବସରରେ ବିଶେଷ ପୂଜା ଓ ବେଶର ଆୟୋଜନ କରାଯାଇଛି। ସପ୍ତମୀ ଠାରୁ ସହରରେ ବାସନ୍ତୀ ଦୁର୍ଗା ପୁଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

 

Leave A Reply