ଡବଲ୍‌ସ ମାନ୍ୟତାର ୪୬ନଂରେ ପେସ୍‌

0

ନୂଆଦିଲ୍ଲୀ : ପୁରୁଷ ଟେନିସ୍‌ ଡବଲ୍‌ସ ମାନ୍ୟତାର ଶ୍ରେଷ୍ଠ ୫୦ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଭାରତର ବରିଷ୍ଠ ଖେଳାଳି ଲିଆଣ୍ଡର ପେସ୍‌। ଏଟିପି ଦୁବାଇ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବାରୁ ପେସ୍‌ଙ୍କ ଡବଲ୍‌ସ ମାନ୍ୟତାରେ ଉନ୍ନତି ଘଟିଛି। ସେ ୬ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୪୬ନଂରେ ରହିଛନ୍ତି। ଅନ୍ୟତମ ଭାରତୀୟ ଖେଳାଳି ଦିଭିଜ୍‌ ଶରନ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ମାନ୍ୟତାର ୪୪ ନଂରେ ଥିବା ବେଳେ ପୁରବ ରାଜା ଗୋଟିଏ ସ୍ଥାନ ତଳକୁ ଖସି ମାନ୍ୟତାରେ ୬୨ନଂରେ ଅଛନ୍ତି। ବିଷ୍ଣୁ ବର୍ଦ୍ଧନ ଗୋଟିଏ ସ୍ଥାନ ଉପରକୁ ଉଠି ମାନ୍ୟତାର ୯୯ନଂରେ ଥିବା ବେଳେ ରୋହନ ବୋପନ୍ନା ପୂର୍ବପରି ୨୦ନଂରେ ରହିଛନ୍ତି।
ସିଙ୍ଗଲ୍‌ସ ମାନ୍ୟତାରେ ୟୁକି ଭାମ୍ବି୍ର ୫ଟି ସ୍ଥାନ ତଳକୁ ଖସି ୧୧୦ନଂରେ ରହିଥିବା ବେଳେ ରାମକୁମାର ରାମନାଥନ୍‌ ୨ଟି ସ୍ଥାନ ତଳକୁ ଖସି ୧୩୫, ସୁମିତ ନାଗଲ୍‌ ୩ଟି ସ୍ଥାନ ତଳକୁ ଖସି ୨୨୩, ପ୍ରଜେଶ୍‌ ଗଣେଶ୍ୱରନ୍‌ ୩ଟି ସ୍ଥାନ ତଳକୁ ଖସି ୨୩୫ ସ୍ଥାନରେ ଅଛନ୍ତି। ମହିଳା ସିଙ୍ଗଲ୍‌ସ ମାନ୍ୟତାରେ ଅଙ୍କିତା ରାଣା ୫ଟି ସ୍ଥାନ ତଳକୁ ଖସି ୨୫୫ନଂରେ ରହିଛନ୍ତି। ଡବଲ୍‌ସ ମାନ୍ୟତାରେ ସାନିଆ ମିର୍ଜା ପୂର୍ବପରି ୧୩ନଂ ସ୍ଥାନ ବଜାୟ ରଖିଛନ୍ତି। ଡବଲ୍‌ସ ମାନ୍ୟତାର ୪୬ନଂ ସ୍ଥାନରେ ପହଞ୍ଚିଥିବାରୁ ପେସ୍‌ ଖୁସି ବ୍ୟକ୍ତ କରିବା ସହ ଆଉ କିଛିବର୍ଷ ଟେନିସ୍‌ ଖେଳିବେ ବୋଲି ସୂଚନା ଦେଇଛନ୍ତି।

Leave A Reply