ସେଭେନ ହିଲସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

0

ଵ୍ରହ୍ମପୁର : ବିଳମ୍ବରେ ହେଲେ ମଧ୍ୟ ଵ୍ରହ୍ମପୁରର ଠକ ସଂସ୍ଥା ସେଭେନ ହିଲସ ସଂସ୍ଥା ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଏକ ବ୍ୟାଙ୍କରୁ ଋଣ ଟଙ୍କା ପରିଶୋଧ କରିବାରେ ବିଫଳ ହେବା ପରେ ସଂସ୍ଥା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ଵ୍ରହ୍ମପୁରର ସେଭେନ ହିଲସ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ଼ ସଂସ୍ଥା ପକ୍ଷରୁ ଜଗନ୍ନାଥପୁର ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ୨୦୦୯ରେ ଆବେଦନ କରି ୨୦୧୧ ମସିହାରେ ୬କୋଟି ୯ଲକ୍ଷ ୯୨ହଜାର୭୨୦ଟଙ୍କା ଋଣ ନେଇଥିଲେ। ତେବେ ବାରମ୍ବାର ନୋଟିସ ପରେ ମଧ୍ୟ ସେଭେନ ହିଲସ ସଂସ୍ଥା କର୍ତ୍ତୃପକ୍ଷ ଋଣ  ପରିଶୋଧ କରିନଥିଲେ । ଫଳରେ ବାଧ୍ୟ ହୋଇ ଆନ୍ଧ୍ର ବ୍ୟାଙ୍କ ଜଗନ୍ନାଥପୁର ଶାଖା ପକ୍ଷରୁ ମକଦ୍ଦମା ରୁଜୁ କରାଯାଇଥିଲା।
ମାମଲାର ଶୁଣାଣି କରି କଟକ ସ୍ଥିତ କୋର୍ଟ ଅଫ ଦ ରିକୋଭରୀ ଅଫିସର ତଥା ଡେବଟସ ରିକୋବରୀ ଟ୍ରିବ୍ୟୁନଲଙ୍କ ପକ୍ଷରୁ  ଚୂଡାନ୍ତ ପଦକ୍ଷେପ ନିଆଯାଇଛି । ସେଭେନ ହିଲସ ସଂସ୍ଥା ବ୍ୟାଙ୍କରୁ ନେଇଥିବା ମୋଟ ଋଣ ଉପରେ ୧୨.୭.୫% ବାର୍ଷିକ ସୁଧହାର ସହିତ ମୋଟ ଋଣ ଅର୍ଥ ୧୦ କୋଟି, ୯୦ଲକ୍ଷ ୭୬ହଜାର ଓ ୪୭୨ ଟଙ୍କା ହୋଇସାରିଛି। ଫଳରେ ସେଭେନ ହିଲସ ସଂସ୍ଥାର ଵ୍ରହ୍ମପୁର ହିଲପାଟଣା ସ୍ଥିତ ସତ୍ୟଭାମା କଲ୍ୟାଣ ମଣ୍ଡପ ସମେତ ଗୋଳନ୍ଥରା ଠାରେ ଥିବା କିଛି ଜମି ଭଳି ସ୍ଥାବର ସମ୍ପତ୍ତିକୁ ଅଟାଚ କରାଯାଇଛି।

ଶନିବାର ଉଭୟ ସ୍ଥାନରେ କୋର୍ଟ ନୋଟିସ ମଧ୍ୟ ମରାଯାଇଛି। କୋର୍ଟ ନୋଟିସ ପ୍ରକାରେ ଅଟାଚ ହୋଇଥିବା ସମ୍ପତି ଆସନ୍ତା ଜୁନ୨୦ତାରିଖରେ ଇ-ଅକ୍ସନ ମାଧ୍ୟମରେ ବିକ୍ରି କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି। ଇ-ଅକ୍ସନ ପାଇଁ ମଧ୍ୟାହ୍ନ୧୨ଟା ଠାରୁ ୧ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଛି।
ସେଭେନ ହିଲସ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀ ଓ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି।

Leave A Reply