୮୦ ବର୍ଷୀୟା ଶାଶୁଙ୍କୁ ପିଟିଲା ବୋହୁ , ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ . – ୮୦ ବର୍ଷୀୟା ଶାଶୁଙ୍କୁ ବୋହୁ ପିଟୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଘଟଣାଟି ହରିୟାନାର ମହେନ୍ଦ୍ରଗଡ ଜିଲାରେ ଘଟିଛି । ମହେନ୍ଦ୍ରଗଡ ନାରନୌଲରେ ଏହି ଘଟଣା ଘଟିଛି । ଏହି ଭିଡିଓରେ ଚାନ୍ଦ ବାଇ ନାମର ବୃଦ୍ଧା ମହିଳା ଖଟ ଉପରେ ବସିଥିବା ବେଳେ ତାଙ୍କର ବୋହୁ ତାଙ୍କୁ ପିଟିବାକୁ ଲାଗିଛନ୍ତି । ତାଙ୍କୁ ଧକ୍କା ଦେବା ସହ ତଳେ ଘୋଷାଡୁଛନ୍ତି ।
ଜଣେ ପଡୋଶୀ ଏହାର ଭିଡିଓ ଉତ୍ତୋଳନ କରିବା ପରେ ସାମାଜିକ ଗଣମାଧ୍ୟମରେ ଛାଡିଛଥିଲେ । ଏବେ ଏହା ଭାଇରାଲ୍‌ ହେବାରେ ଲାଗିଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି । ଖୁବ ଶୀଘ୍ର ତାଙ୍କୁ ଗିରଫ କରଯିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଏହାପରେ ଶାଶୁଙ୍କୁ ଆକ୍ରମଣ କରିଥିବା କାନ୍ତା ଦେବୀଙ୍କୁ ଗିରଫ କରାଯାଇଛି ।

Comments are closed.