ଭ୍ୟାନ୍ ଉପରକୁ ଓଲଟି ପଡିଲା ଟ୍ୟାଙ୍କର, ୮ ମୃତ ଓ ୨ ଆହତ

ରାଜସମନ୍ଦ: ରାଜସ୍ଥାନର ରାଜସମନ୍ଦ ଜିଲାରେ ଶୁକ୍ରବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଭାରସାମ୍ୟ ହରାଇ ଏକ ଟ୍ୟାଙ୍କର ମାରୁତି ଭ୍ୟାନ୍ ଉପରକୁ ଓଲଟି ପଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଚାରଭୁଜା ଥାନା ଅଞ୍ଚଳର ଦୁର୍ଘଟଣା ଘଟିଛି ବୋଲି ଜିଲା ପୁଲିସ ଅଧିକାରୀ ଭୁବନ ଭୂଷଣ କହିଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ଅଧିକ ଖବର ମିଳିପାରିନାହିଁ ।

Comments are closed.