ଜମ୍ମୁ-କାଶ୍ମୀର : ସିଆରପିଏଫ୍ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼

0

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଗୁରୁବାର ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।

ଉତ୍ତର କାଶ୍ମୀରର ସୋପୋରେ ଏସବିଆଇ ନିକଟରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ତେବେ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରହିଛନ୍ତି ।

ସେହିପରି ଶୋପିଆଁର ବାରପୋରରେ ଆତଙ୍କବାଦୀମାନେ ଲୁଚି ଥିବା ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହା ପରେ ଆତଙ୍କବାଦୀମାନେ ଗୁଳିଚାଳନା କରିବା ଆରମ୍ଭ କରି ଦେଇଥିଲେ । ପରେ ସେନା ବାହିନୀ ପାଲଟା ଯବାବ ଦେଇଥିଲା । ଏହି ଅଭିଯାନ ସମୟରରେ ଶୋପିଆଁରେ  ଇଣ୍ଟରନେଟ ସେବା ବନ୍ଦ କରି ଦିଆଯଇଛି । ଏହା ପୂର୍ବରୁ ବୁଧବାର ଦିନ ସୁରକ୍ଷା ବାହିନୀ ଆତଙ୍କୀଙ୍କ ଉପସ୍ଥିତିର ସୂଚନା ମିଳିବା ପରେ ଶୋପିଆଁ ଏବଂ ବାରାମୂଳାରେ ତଲାସୀ ଅଭିଯାନ ଚଳାଇଥିଲେ ।

Leave A Reply