ରାତି ୭ଟା ମୁଖ୍ୟ ଖବର

ବଡ଼ ଖବର:

# ଆସନ୍ତାକାଲି ‘ହାଓଦି ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

-‘ହାଓଦି ମୋଦୀ’ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ, କାର୍ଯ୍ୟକ୍ରମରେ ୫୦,୦୦୦ରୁ ଅଧିକ ଲୋକ ଭାଗନେବେ।

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମେରିକା ଯାତ୍ରା କରିଛନ୍ତି।

# ମହାରାଷ୍ଟ୍ର ଏବଂ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ଉଭୟ ରାଜ୍ୟରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୨୪ ତାରିଖରେ ଉଭୟ ରାଜ୍ୟର ଭୋଟ ଗଣତି କରାଯିବ।

# ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍‍ ଅରୋଡ଼ା ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ ତାରିଖରେ ହେବା ନେଇ ଘୋଷଣା କରିଛନ୍ତି।

-ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ ଆସନରେ ମତଦାନ ଅନୁଷ୍ଠିତ ହେବ।

 -ଆସନ୍ତା ୨୭ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ସେହିଦିନଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

# ଜୀବନରେ କୌଣସି ରିସ୍କ୍‍ ନ ଉଠାଇଲେ କିଛି କରିହେବ ନାହିଁ ବୋଲି ଆଜି ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ମୁଖ୍ୟ  କେ.ଶିବନଙ୍କ ପରାମର୍ଶ

ଆଞ୍ଚଳିକ:

# ସେବିକା ନିହାରିକା ହତ୍ୟା ମାମଲାର ଏକ ବଡ ତଥ୍ୟ ମିଳିଛି । କଟକ ଚାଉଳିଆଗଞ୍ଜର ଅପାଣିଆରେ ଥିବା ରାଜାଙ୍କ ସାଙ୍ଗର ଏକ ଭଡା ଘରେ ନିହାରିକାକୁ ହତ୍ୟା କରାଯାଇଛି ।

– ପରେ ତାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ବାଇକରେ ନିଆ ଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗାଯାଇଥିବା ପୁଲିସ କହିଛି।

#  ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ ସମତେ ଓଡ଼ିଶାର ବିଜେପୁରରେ ଉପନିର୍ବାଚନ ହେବ।

# କଟକ ଜିଲ୍ଲା ବାରଙ୍ଗ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନରେ ଶୁକ୍ରବାର ରାତିରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ‘ଗୌରୀ’ ନାମକ ସେହି ହାତୀ ହରପିସ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲା ଓ ପଶୁ ବିଶେଷଜ୍ଞଙ୍କ ତତ୍ୱାବଧାନରେ ତାର ଚିକିତ୍ସା ଚାଲିଥିଲା।

 -ଗୌରୀର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ହ୍ରାସ ପାଇଛି।

# ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ଶେଖାୱତ ବୁଦ୍ଧିଜୀବୀ ଓ ଯୁବପୀଢ଼ିଙ୍କ ସହ ଆଲୋଚନା କରି ଜାମ୍ମୁ କାଶ୍ମୀର​ ଏବେ ବିକାଶ ପଥରେ ଆଗେଇ ଚାଲିଛି ଏବଂ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି।

# ଆଜି ବିଶ୍ୱ ବେଳାଭୂମି ସଫେଇ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ମୋ ବିଚ୍‍’ କାର୍ଯ୍ୟକ୍ରମ

ଜାତୀୟ:

# ଭାରତ ଓ ମଙ୍ଗୋଲିଆ ମହାକାଶ, ଦୁର୍ବିପାକ ପରିଚାଳନା ଓ ସଂସ୍କୃତି କ୍ଷେତ୍ରରେ ଚୁକ୍ତିମାନ ସ୍ୱାକ୍ଷର କରିଛନ୍ତି। ଦୁଇଟି ବୁଝାମଣା ପତ୍ର ଦୁର୍ବିପାକ ପରିଚାଳନା ଓ ମହାକାଶ ଗବେଷଣା ସହଯୋଗ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି।

# ପାକିସ୍ତାନୀ ସୈନ୍ୟମାନେ ଜମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚ୍‍ ଜିଲ୍ଲାରେ ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି।

# ଜି.ଏସ୍‍.ଟି. ପରିଷଦ ହୋଟେଲ୍‍ ଶୁଳ୍କ ସମେତ ଅନେକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଛି।

# ଉତ୍ତରପ୍ରଦେଶର ଏଟା ଜିଲାର ମିରହଚୀ ଅଞ୍ଚଳରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।  

# ନୂଆଦିଲ୍ଲୀ ଓ ଡିବ୍ରୁଗଡ ମଧ୍ୟ​‌ରେ ଚଳାଚଳ କରୁଥିବା  ବ୍ରହ୍ମପୁତ୍ର ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜମାଲପୁର କିଉଲ ଜଙ୍କଶନ ଅନ୍ତର୍ଗତ ବିହାରର ଭାଗଲପୁର-ପାଟଣା ରେଳ ଧାରଣାରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

# ରୁଷ୍‍ର ଏକାତେରିନ୍‍ବର୍ଗ୍‍ରେ ବିଶ୍ୱ ପୁରୁଷ ମୁଷ୍ଟିଯୁଦ୍ଧ ଚାମ୍ପିଆନ୍‍ସିପ୍‍ ଫାଇନାଲରେ ଏସୀୟ ଚାମ୍ପିୟନ୍‍ ଅମିତ୍‍ ପାଙ୍ଘଲ୍‍ ଆଜି ଗତଥରର ଅଲମ୍ପିକ୍‍ ଚାମ୍ପିୟନ୍‍ ଉଜ୍‍ବେକିସ୍ତାନର ସାଖୋବିଦିନ୍‍ ଜୋଇରୋବ୍‍ଙ୍କୁ ଭେଟିବେ।

ଆନ୍ତର୍ଜାତୀୟ:

# ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିନ୍ତା ପ୍ରକଟ କରିଛନ୍ତି, ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ ବୋଲି ଟ୍ରମ୍ପ କହିଛନ୍ତି।

# ଇରାକର କର୍ବୋଲା ନଗରୀରେ ଏକ ଯାତ୍ରୀବାହୀ ମିନିବସରେ ବିସ୍ଫୋରଣ ଘଟି  ୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି । କର୍ବୋଲାର ଦକ୍ଷିଣକୁ ୧୦ କିଲୋମିଟର ଦୂର ଏକ ଯାଞ୍ଚ ଘାଟୀ ପାର ହେଉଥିଲାବେଳେ ସେହି ବିସ୍ଫୋରଣ ହେଇଥିଲା।

Comments are closed.