ଇଣ୍ଡୋନେସିଆରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ସୋମବାର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୫ ଥିଲା। ଭୂକମ୍ପ ଅନୁଭୂତ ହେବା ପରେ ସୁନାମୀ ହେବାର କୌଣସି ସମ୍ଭାବନା ନାହିଁ ବୋଲି ୟୁଏସ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ପକ୍ଷରୁ ସୂଚନା ଦିଆଯାଇଛି । ୟୁଏସଜିଏସର  ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୨୨୦ କି.ମି ଗଭୀରରେ ଥିଲା । ଏହି ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ସପ୍ତାହ​‌ରେ ଇଣ୍ଡୋନେସିଆର ପାପୁଆରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଥିଲା । ସେହିପରି ଗତ ବର୍ଷ ଇଣ୍ଡୋନେସିଆର ସୁଲାବେସୀ ଦ୍ବୀପରେ ୭.୫ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୩୪୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.